ସଇଁତଳା ଥାନା କୁଇ କେଡା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାବାହାଲ ଗ୍ରାମର ଜଣେ ୬୫ ବର୍ଷୀୟା ବୃଦ୍ଧା ଡମନ ବାଗଙ୍କ ଗତ ରାତିରେ ରେଳ ଲାଇନରେ ମୃତ୍ ଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ଟ୍ରେନ ଦୁର୍ଘଟଣାରେ ମୃତ ବୋଲି କୁହା ଯାଉଥିବା ବେଳେ ପୋଲିସ ତଦନ୍ତରୁ ଜଣାପଡିବ । ତେବେ ଛ ମାସ ପୂର୍ବେ ତାଙ୍କର ଏକମାତ୍ର ପୁଅର ମୃତ୍ୟୁ ହୋଇଥିବା ବେଳେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସଦାବେଳେ ଚିନ୍ତାରେ ଦୁଃଖରେ ରହୁଥିଲେ। ମାନସିକ ଅବସ୍ଥା ସ୍ଥିର ପାଇଁ ଔଷଧ ମଧ୍ୟ ଖାଉଥିବା ଜଣାପଡିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ କିପରି ହେଲା ପୋଲିସ ତଦନ୍ତରୁ ଜଣାପଡିବ।