ସମ୍ବଲପୁର ମ୍ୟୁନିସିପାଲଟି: କାଲୋପଡ଼ା ଠାରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଲା ଦନ୍ତା ହାତୀ
ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ୨୦ ଟିକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ଗୋଟିଏ ଦନ୍ତା ଗୋଠଛଡା ହୋଇ ଗା ମୁହାଁ ହେଉଛି, ବିଗତ ଦିନରେ ଅଞ୍ଚଳ ର ପ୍ରାୟ ୧୦ ଜଣଙ୍କ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଥିବା ସୂଚନା ରହିଥିବା ବେଳେ ସେହି ଦନ୍ତା ହାତୀ ଶୁକ୍ରବାର ରାତିରେ ଗତ ରାତିରେ କାଲୋପଡା ଗ୍ରାମର ଶ୍ରୀପତି ବେହେରା ଓ ଜଗବନ୍ଧୁ ସୁନାନୀ ଙ୍କ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଥିବା ଜଣାପଡିଛି। ଏନେଇ ସୂଚନା ପାଇ ଶନିବାର ଦିନ ରେଞ୍ଜର ଲଷ୍ମୀନାରାୟଣ ନାଏକ, ବନପାଳ ଦୁବରାଜ ଗୁଞ୍ଜ ଓ ବନରକ୍ଷୀ ମୀନା ଜୟପୁରିଆ ଘଟଣା ସ୍ଥଳ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।