ବନ୍ୟା ପାଣିରେ ବରଯାତ୍ରା!
ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖାର ଚତୁର୍ଥ ବନ୍ୟା। ଚାରିଆଡ଼େ ପାଣି, ରାସ୍ତାଘାଟ ଜଳମଗ୍ନ। ହେଲେ ବନ୍ୟା ପାଣି ମଧ୍ୟ ଅଟକାଇ ପାରିଲା ନାହିଁ ବାହାଘରର ଖୁସିକୁ।
ମନୁନଗର ଗ୍ରାମର ହେମନ୍ତ ପାତ୍ର ବର ବେଶରେ ସଜେଇ ହୋଇ ଡଙ୍ଗାରେ ବସି ବାହା ହେବାକୁ ବାହାରିଲେ।
ଗାଡ଼ି ନୁହେଁ,
ଡଙ୍ଗା ହେଲା ବରଙ୍କ ଯାତ୍ରାର ସାଥୀ!
ବନ୍ୟା ଆସିଲା, ରାସ୍ତା ବୁଡ଼ିଲା… କିନ୍ତୁ ବରଙ୍କ ବାହାଘର ଅଟକିଲା ନାହିଁ!
ଭୋଗରାଇ, ବାଲେଶ୍ୱର
SWADHIN LIVE
#SwadhinLive #Bhograi #Baleswar #Flood #Subarnarekha #OdishaNews #ବନ୍ୟା #ବରଯାତ୍ରା #ଡଙ୍ଗାରେବରଯାତ୍ରା #ଭୋଗରାଇ