କୋରାପୁଟ ସହର: ସର୍ଦାର ବଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଶାଳ ପଦଯାତ୍ରା ନେଇ ମୁନସିପାଲଟି କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ
ସର୍ଦାର ବଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ସହର ରେ ବିଶାଳ ପଦଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ପୌର ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୧୫ ତାରିଖ ଦିନ ବିଶାଳ ପଦଯାତ୍ରା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରୁ ସକାଳ ୭ ଘଣ୍ଟା ରେ ବାହାରି ମାଳିସାହି , ଗୌତମନଗର , ପୂଜାରୀ ପୁଟ ବାଳିକା ଉଛ ବିଦ୍ୟାଳୟ , ଦେଇ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ , ପୋଷ୍ଟ ଅଫିସ ରୋଡ଼ , ସରକାରୀ ବାଳକ ଉଛ ବିଦ୍ୟାଳୟ ଯିବା ନେଇ ସୂଚନା।