ଯାଜପୁର: ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆମ 'ସଂକଳ୍ପ ନିଶା ନୁହେଁ ଜୀବନ' କାର୍ଯ୍ୟକ୍ରମର ଶୁଭାରମ୍ଭ
ଅବକାରୀ ବିଭାଗ ପକ୍ଷରୁ ଯାଜପୁର ଟାଉନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆମ ସଂକଳ୍ପ ନିଶା ନୁହେଁ ଜୀବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଯାଇଛି l ଆଜି ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ତଣ୍ଡଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ଼ୀ ଅତିଥିଭାବେ ଯୋଗଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଆଜିର ଯୁବ ପିଢ଼ି କିଭଳି ନିଶା ସେବନରୁ ମୁକ୍ତ ରହିବେ ସଚେତନତା କରିଥିଲେ l ତେବେ ଜିଲ୍ଲାର 10 ବ୍ଲକ ଓ ଦୁଇଟି ପୌର ପରିଷଦ ବୁଲି କିଭଳି ନିଶାଦ୍ରବ୍ୟ ଠୁ ଦୂରେଇ ରହିବେ ଓ ନିଶାଦ୍ରବ୍ୟ ସେବନ କଲେ ନିଜର କିଭଳି କ୍ଷତି ହୁଏ ସଚେତନତା କରିବ l