ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ବାବନପୁର ଗ୍ରାମରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି l ଗଣ୍ଡଗୋଳ ମଧ୍ୟସ୍ଥତା କରିବାକୁ ଯାଇଥିବା ଯୁବକ କୁ ଆକ୍ରମଣ ହୋଇଛି l ଆକ୍ରମଣ ପ୍ରତିଆକ୍ରମଣ ରେ ଦୁଇ ଯୁବକ ଆହାତ ହୋଇଛନ୍ତି l ଆହାତ ଙ୍କ ମଧ୍ୟରେ ଜଣେ ବେଣିଆ ଗ୍ରାମର 25 ବର୍ଷୀୟ ଅନିଲ କାମ୍ପ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ବାବନପୁର ଗ୍ରାମର ଜଣେ ମହିଳା ଙ୍କୁ ରାସ୍ତା ଉପରେ ଅନିଲ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ l ଘଟଣା ଦେଖି ସ୍ଥାନୀୟ କିଛି ଯୁବକ ବୁଝା ସୁଝା ସହ ସମାଧାନ ଲାଗି ଆସିଥିବା ବେଳେ ବୁଝିବା ପରିବର୍ତ୍ତେ ଅନିଲ ଉତକ୍ଷିପ୍ତ ହୋଇ ଜଣେ ଯୁବକ କୁ ଆକ୍ରମଣ କରିଥିଲେ l