ମୋହନା: ମୋହନାରେ ରାସ୍ତା ସମସ୍ୟା, ସାତ ଦିନ ଭିତରେ ସମାଧାନ ନହେଲେ ଆମରଣ ଅନଶନ
ଗଜପତି ଜିଲ୍ଲା ମୋହନା ବ୍ଲକର ତିନିଟି ଗାଁକୁ ନାହିଁ ରାସ୍ତା। ଗର୍ଭବତୀଙ୍କୁ ଛଅ କିଲୋମିଟର ବାଉଁଶ ଦୋଳାରେ ବୋହି ନେଉଛନ୍ତି ଗ୍ରାମବାସୀ। ପ୍ରଶାସନକୁ ସାତ ଦିନର ଅଲଟିମେଟମ୍ ଦେଲେ ଗ୍ରାମବାସୀ, ଦାବି ପୂରଣ ନହେଲେ ଆମରଣ ଅନଶନର ଚେତାବନୀ।