ମୋରଡା ବ୍ଲକ ଅଧୀନ ଦାନ୍ତିଆମୁହାଁ ଉପକଣ୍ଠ ଦୁର୍ଗାପୁର ଜଙ୍ଗଲରୁ ବାହାରି ଶୁକ୍ରବାର ଅପରାହ୍ନ ସାଢେ ଚାରିଟାରେ ଧାନକ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କଲା ଗୋଠଛଡା ଦନ୍ତାହାତି l ସୂଚନା ମୁତାବକ ଗୋଠ ଛଡା ଦନ୍ତାହାତି ମୋରଡା ବ୍ଲକ ଅଧୀନ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଅଗ୍ରସର ହୋଇଥିଲା l ଗଜସାଥୀଙ୍କ ଉଦ୍ୟମରେ ଦନ୍ତାହାତୀ ନିଜର ଗତିପଥ ବଦଳାଇ ଥିଲା l