ବୌଦ୍ଧ ସଦର: ମାଉଲସିଙ୍ଗା ହାଇସ୍କୁଲ ପଡିଆରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ
ମଙ୍ଗଳବାର ଦିନ ବୌଦ୍ଧ ସହର ସଂଲଗ୍ନ ମାଉଲ ସିଙ୍ଗା ହାଇସ୍କୁଲ ପଡିଆ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଘ ଚାଳକ ସୁର୍ଯକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲିଙ୍ଗରାଜ ମେହେର ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସଦଭାବନା ପ୍ରମୁଖ ଅକ୍ଷୟ କୁମାର ମହାକୁଡ ଯୋଗ ଦେଇ ସଙ୍ଘର ଶତାବ୍ଦି ବର୍ଷ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ |