ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଧନଜୟପୁର ଗ୍ରାମରେ ଜଣେ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଜି ସକାଳ 7 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ତାରାସିଙ୍ଗି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘରର ଚିମିନି ବାଟ ଖୋଳି ଚୋର ମାନେ ଚୋରି କରିଥିବାର ଜଣାପଡିଛି ।