ଚୌଦ୍ବାର: କଟକ ରେ ସିଡିଏ ର ୱିଣ୍ଡସୋର୍ ପ୍ୟାଲେସରେ ବିଜେଡି ଆଇନଜୀବୀ ସାମୁଖ୍ୟର ବିଶାଳ ସମାବେଶ ଆୟୋଜିତ
କଟକ ରେ ସିଡିଏ ର ୱିଣ୍ଡସୋର୍ ପ୍ୟାଲେସରେ ରବିବାର ପୂର୍ବାହ୍ନ ସମୟରେ ବିଜେଡି ଆଇନଜୀବୀ ସାମୁଖ୍ୟର ବିଶାଳ ସମାବେଶ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ , କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା , ଚୌଦ୍ୱାର କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳ ,ବିଜେଡ଼ି ର ଅନ୍ୟ ନେତା ଓ ଆଇନଜୀବି ମାନେ ସାମିଲ ଥିଲେ। ଆଇନଜୀବି ମାନଙ୍କ ସଂଗଠନ ସହ ଯୋଡ଼ି ହୋଇ ତାଙ୍କର କଲ୍ୟାଣ ପାଇଁ ଆଗକୁ ଯୋଜନା କରିବା ପାଇଁ ଚେଷ୍ଟା କରାଯିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।