ବଡସାହି: ଗୁଡ଼ିଆଲବନ୍ଧ ସାପ୍ତାହିକ ହାଟରୁ ମୋଟରସାଇକେଲ ଚୋରି ଅଭିଯୋଗରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବଡ଼ସାହି ପୁଲିସ
ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ସାପ୍ତାହିକ ହାଟରୁ ଏକ ମୋଟର ସାଇକେଲ ଚୋରି ଅଭିଯୋଗରେ ରବିବାର ରାତି ସାଢେ ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବଡ଼ସାହି ପୁଲିସ l ଏତଲାକାରିଣୀ ଯୋଗେଶ୍ଵର ମହାନ୍ତଙ୍କ ସ୍ତ୍ରୀ ସଞ୍ଜୁଲତା ମହାନ୍ତଙ୍କ ଅଭିଯୋଗ ମୁତାବକ ତାଙ୍କର ଓଡି -୧୧ଏଲ -୫୬୭୨ନମ୍ବର ବିଶିଷ୍ଟ ମୋଟର ସାଇକେଲ ନେଇ ଗୁଡିଆଲବନ୍ଧ ସାପ୍ତାହିକ ହାଟକୁ ଯାଇଥିବା ବେଳେ ସେଠାରୁ ଚୋରି ହୋଇଯାଇଥିଲା l