ପାଟଣାଗଡ: ଖପ୍ରାଖୋଲ ଓଏଭି ସ୍କୁଲ ନିକଟରେ ବାଇକ ଦୁର୍ଘଟଣା ଜଣେ ମୃତ
ତୁରେଇକେଲା ଥାନା ଅନ୍ତର୍ଗତ ଡେବ୍ରିମୁଣ୍ତା ଗ୍ରାମର ବିରଞ୍ଚି ମେହେର ନାମକ ଜନୈକ ବ୍ୟକ୍ତି ମଙ୍ଗଳବାର ଅପରାହ୍ନ ରେ ବାଇକ ରେ ଯାଉଥିବା ବେଳେ ଓଏଭି ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳରେ ପଡ଼ି ଯାଇଥିଲେ ।ଏଥିରେ ବିରଞ୍ଚି ଗୁରୁତର ହୋଇ ପଡିଥିଲେ ।ତାଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତର ଖାନା ନିଆଯାଇଥିଲା ।ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।