ମାହାଙ୍ଗା: ନିଶ୍ଚିନ୍ତକୋଇଲି ବ୍ଲକର ୨୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ଅଳିଯୋଡ଼ା ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ
ମଙ୍ଗଳବାର ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅଳିଯୋଡ଼ା ଠାରେ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ନିଶ୍ଚିନ୍ତକୋଇଲି ବ୍ଲକର ୨୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ଜିଲ୍ଲା ବିଜେପି ସମ୍ପାଦକ ବିବେକା ନନ୍ଦ ବେହେରାଙ୍କ ସମେତ ବହୁ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗଦାନ କରିଛନ୍ତି ।