ଜୁନାଗଡ଼ ଥାନା ଜାରିଙ୍ଗ ନିକଟରେ ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଥିଲେ। ଦୁର୍ଘଟଣା ରେ କାହାରି କିଛି ହୋଇନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଓଡି ୩୩ ଏସ ୮୮୦୪ ନମ୍ବର ବିଶିଷ୍ଟ ଏକ କାର ଜୁନାଗଡ଼ ଭବାନୀପାଟଣା ଜାତୀୟ ରାଜପଥ ୨୬ ରେ ଦ୍ରୁତ ଗତି ରେ ଯାଉଥିବା ବେଳେ ଜାରିଙ୍ଗ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଓଲଟି ପଡିଥିଲା। ଦୁର୍ଘଟଣା ରେ କାର ର ଅନେକ ସ୍ଥାନରେ ଚୁରମାର ହୋଇଛି।