ଦେବଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତିକା’ ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତିକାର ପରିମାପ, ପର୍ଯ୍ୟବେକ୍ଷଣ ଏବଂ ମୃତିକା ପରିଚାଳନା ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ମଂଚାସୀନ ଅତିଥିଗଣ ପ୍ରକାଶ କରିଥିଲେ ।