ବୌଦ୍ଧ ସଦର: ପଇଦା ଭୂଇଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ପ୍ରେମିକ ମୃତ, ପ୍ରେମିକା ଗୁରୁତର
ରବିବାର ସକାଳ 6 ଘଣ୍ଟା ସମୟରେ ଘରୁ ଫେରାର ହେଉଥିବା ବେଳେ ହରଭଙ୍ଗା ଥାନା ପଇଦା ଭୂଇଁ ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ଗ୍ରାମର ଅମୂଲ୍ୟ ବେହେରା ଓ ଭାବପୁର ଗ୍ରାମର ଅଙ୍କିତା ବେହେରା ଦୁଇ ପ୍ରେମୀ ଯୁଗଳ ଆଜି ଭୋର ସମୟରେ ଏକ ବାଇକ ଯୋଗେ ଫେରାର ମାରୁଥିବା ବେଳେ ଫୁଲବାଣୀ-ଶୀତଲ ପାଣି ପୂର୍ତ୍ତି ରାସ୍ତା ର ପଇଦାଭୂଇଁ ବଡ଼ଜୋର ନାଳ ବୁଲାଣି ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି |