ରବିବାର ସକାଳ 9 ଘଣ୍ଟା ସମୟ ଠାରୁ ଅପରାନ୍ହ 4 ଘଣ୍ଟା ସମୟ ପର୍ଯ୍ୟନ୍ତ ବୌଦ୍ଧ ଥାନା ଓ ବଘିଆ ପଡା ଫାଣ୍ଡି ପୋଲିସ ପକ୍ଷରୁ ବିରି ଗଡ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଜଙ୍ଗଲର ବ୍ୟାପକ ଅଂଚଳରେ ହୋଇଥିବା ଗଞ୍ଜେଇ ଚାଷ ସମ୍ପର୍କରେ ସୂଚନା ପାଇ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରା ଯାଇଥିଲା l ବେଆଇନ ଗଞ୍ଜେଇ ଚାଷ ଅଞ୍ଚଳରୁ ଗଞ୍ଜେଇ ଗଛ ଗୁଡିକ କାଟି ପୋଡ଼ି ନଷ୍ଟ କରିଥିଲେ |