ସୋମବାର ରାତିରେ ବୌଦ୍ଧ ସହର ବୁଟୁପାଲି ଠାରେ ଦୀପ ଜଳାଇ ବଡ ବଡ଼ିଆ ମାନଙ୍କୁ ବିଦାୟ ଦେଲେ ମେହେର ସମ୍ପ୍ରଦାୟ l ପୌରାଣିକ ତଥା ଲୋକକଥା ଅନୁଯାୟୀ ପିତୃ ପକ୍ଷରେ ନିଜ ନିଜ ଘରକୁ ଆସିଥିବା ପିତୃ ପୁରୁଷ ମାନେ ଆଜି ସ୍ୱର୍ଗକୁ ଗମନ କରିଥାନ୍ତି l ସେଥିପାଇଁ ଆଜି କାଉଁରିଆ କାଠି କିମ୍ବା ଆଖୁ ଦଣ୍ଡର ଅଗ୍ର ଭାଗରେ ଦୀପ ଜାଳି ଉପରକୁ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଏ ବୋଲି ଲୋକ ବିଶ୍ବାସ ରହିଛି | ଆଜି ପବିତ୍ର ଦୀପାବଳୀ ଅବସରରେ ରାତିରେ ଗ୍ରାମ ଦାଣ୍ଡରେ ଏକାଠି ହୋଇ ବଡ ବଡ଼ିଆ ମାନଙ୍କୁ ଦୀପ ଦେଖାଇ ବିଦାୟ ଦେଇଥିଲେ |