ଚମ୍ପୁଆ: ବଲାଣି ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ୪ ଗୋରୁ ମୃତ ଓ ଗୋଟିଏ ଗୁରୁତର
ବଲାଣି ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାରେ ଆଜି ଏକ ଅଜଣା ଗାଡି ଗୋରୁପଲଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ୪ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗୁରୁତର ହୋଇଛି। ଦୁର୍ଘଟଣା ଘଟାଇ ଗାଡି ଫେରାର ହୋଇ ଯାଇଥିବା ବେଳେ ଏହାପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିଲା।