ଆଜି ଅକ୍ଟୋବର 15 ତାରିଖ ସନ୍ଧ୍ୟା 8 ଟା ପାଖାପାଖି ସମୟରେ ମଦ ବିରୋଧି ଅଭିଯାନ ଚଳାଇଥିବା ମହିଳା ମାନେ ସମ୍ପୃକ୍ତ ମହିଳାଙ୍କୁ ମଦ ସହ ଅଟକ ରଖିବା ସହ ଅବକାରୀ ବିଭାଗକୁ ଜଣାଇ ଥିଲେ। ତେବେ ଅବକାରୀ ଅଧୀକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିର୍ଦ୍ଦେଶର ଡିଷ୍ଟ୍ରିକ୍ଟ ମୋବାଇଲ୍ ୟୁନିଟ ଅଧିକାରୀ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ 35 ରେ କୋର୍ଟ ନୋଟିସ ଧରାଇବା ସହ ଘଟଣା ସ୍ଥଳରୁ ଜାର୍କିନ ଭର୍ତ୍ତି ମଦ ଜବତ କରିଛନ୍ତି।