ମହାନଦୀ ସଙ୍କଟର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ | ଶନିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବରଗଡ଼ ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ସମସ୍ୟାର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି | ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ପରେ ବେରେଳ ନିର୍ମାଣ କରି ମହାନଦୀର ଜଳ ସ୍ରୋତକୁ ମନଇଚ୍ଛା ନିଜ ଅଧିନରେ ରଖି ଓଡିଶାରେ ମହାନଦୀର ଧାରକୁ ଶୁଷ୍କ ଓ ନିରସ ରଖିଥିବା ଛତିଶଗଡ ସରକାରଙ୍କ ମନମୁଖୀ କାର୍ଯ୍ୟ ଓଡିଶାର ଦାରୁଣ କ୍ଷତି ଘଟାଉ ଅଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳର