ସୁନ୍ଦରଗଡ ସହର: ବାଘନୀ ପାଣିରେ ବିରାଟ କାୟ ତେନ୍ତୁଳି ଗଛ ଉପୁଡିଲା ଅଳ୍ପକେ ବର୍ତ୍ତିଲେ ପଥ ଚାରି, ଲହଣ୍ଡା ବୁଡ - ଜରଙ୍ଗ ଲୋଇ ରାସ୍ତା ଯାତାୟାତ ବାଧାପ୍ରାପ୍ତ
ଆଜି ସେପ୍ଟେମ୍ୱର 15 ତାରିଖ ସୋମବାର ପୂର୍ବାହ୍ନ 10 ଟା ପାଖାପାଖି ସମୟରେ ଏହି ଅଘଟଣ ଘଟିଛି। କେତେକ ପଥଚାରୀଙ୍କ ଜୀବନ ଅଳ୍ପକେ ସୁରକ୍ଷିତ ହୋଇଛି। ପ୍ରବଳ ବର୍ଷା ପ୍ରଭାବରେ ଗଚ୍ଛ ଭାର ସହ୍ୟ କରି ନ ପାରି ରାସ୍ତା ଉପରେ ଟଳି ପଡ଼ିଛି। ଫଳରେ ବାଘନି ପାଣିରୁ ଲହଣ୍ଡା ବୁଡ ଓ ଜରଙ୍ଗ ଲୋଈ କୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ବିପଦ କାଳୀନ ସେବା ନେଇ ଲୋକେ ଚିନ୍ତିତ ଅଛନ୍ତି।