ରବିବାର ରାତିରେ ବୌଦ୍ଧ କଚେରୀ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଲୀ ଶ୍ରୀ ମେଳା ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳା ତଥା ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି | ରାଜ୍ଯ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ, ପୂର୍ବତନ ବିଧାୟକ ସଚିଦାନନ୍ଦ ଦଲାଲ ଯୋଗ ଦେଇଥିଲେ |