ବଡସାହି: ଡିଙ୍ଗରା ଓ ପଥରା ଇଲାକାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ଅତର୍କିତ ଚଢାଉ, ବିପୁଳ ପରିମାଣର ପୋଚ,ମଦ ଓ ସରଞ୍ଜାମ ନଷ୍ଟ
ବଡ଼ସାହି ଥାନା ଅଧୀନ ଡିଙ୍ଗରା ଏବଂ ପଥରା ଇଲାକାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଶୁକ୍ରବାର ଅପରାହ୍ନ ସାଢେ ତିନିଟାରେ ଚଢ଼ାଉକଲା ଅବକାରୀ ବିଭାଗ l ଡିଙ୍ଗରା ଏବଂ ପଥରା ଇଲାକାରେ ଚୋରା ଦେଶିମଦ କାରଖାନା ଚାଲିଥିବା ବାବଦରେ ଖବରପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଚଢ଼ାଉକରି ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଗୁଡିକୁ ଜବତକରି ନଷ୍ଟ କରିଥିଲେ l