ଆସିକା: କେ.ଲଛମନପଲ୍ଲୀ ଗ୍ରାମ ଗୋଟିଏ ଘରେ ପଶି ଚୋରି ଘଟଣାରେ ସୁନା ଟଙ୍କା ଜବତ ସହ ଦୁଇ ଗିରଫ କଲା ପୋଲିସ
Asika, Ganjam | Sep 17, 2025 ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ କେ. ଲଛମନପଲ୍ଲୀ ଗ୍ରାମରେ କିଛିଦିନ ପୂର୍ବରୁ ଗୋଟିଏ ଘରେ ପଶି ଚୋରି ଘଟଣାରେ ପୋଲିସ କୁ ମିଳିଛି ସଫଳତା l ଚୋରୀ ସୁନା ଟଙ୍କା ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ କେ. ଲଛମନପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ ଓ କୋଟିନଡ଼ା ଗ୍ରାମର ଅମିତ ପଲେଇ ହୋଇଥିବା ଜଣାପଡିଛି l