ଆସିକା: ଜୟପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ର ଘର ଭଶ୍ମିଭୂତ
Asika, Ganjam | Nov 8, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜୟପୁର ଗ୍ରାମରେ ଘଟିଛି ଭୟାଭହ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡ ରେ ଗୋଟିଏ ପରିବାର ଘର ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡ ରେ ଗ୍ରାମର କାଳୁ ଚରଣ ନାୟକ ନାମକ ବ୍ୟକ୍ତି ଙ୍କ ଘର ପୋଡିଯାଇଥିବା ଜଣାପଡିଛି l ସୂଚନା ଅନୁସାରେ କାଳୁ ଙ୍କ ପରିବାର ଲୋକେ ଘରେ ସୋଇଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କ ଘରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇ ପରିବାର ର ସମସ୍ତେ ଘର ବାହାରକୁ ଆସିଯାଇଥିଲେ l ନିଆଁ ଧିରେ ଧିରେ ଗୋଟିଏ ପରେ ଗୋଟିଏ ବଖରା କୁ ବ୍ୟାପିବାକୁ ଲାଗିବା ଦେଖି ଆସିକା ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ l