ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ର ମିନି ଷ୍ଟାଡିୟମ୍ ରେ ଆସନ୍ତା ୫ ତାରିଖ ରୁ ଆରମ୍ଭ ହେବ ୪୭ତମ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ନାମେଣ୍ଟ 2025। ଆଗଲପୁର ଏଥେଲେଟିକ୍ ଆସୋସିଏସନ୍ ଆନୁକୁଳ୍ୟରେ ହେଉଥିବା ଏହି ଖେଳ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଦୁଇଟି ମ୍ୟାଚ ଦିନ ୨ଟାରୁ ଆରମ୍ଭ ହେବ। ପ୍ରଥମ ଦିନ ଖଲିଆପାଲି ବନାମ ସାଇପାଲି ମଧ୍ୟରେ ମୁଖାମୁଖି ହେବ। ଫାଇନାଲ ମ୍ୟାଚ ୯ ତାରିଖ ଦିନ ହେବ ବୋଲି କମିଟି ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛି। ଆସୋସିଏସନ୍ ଦର୍ଶକମାନଙ୍କୁ ଶାନ୍ତି ଓ ଶୃଙ୍ଖଳା ସହିତ ଖେଳ ଉପଭୋଗ କରିବାକୁ ଅନୁରୋଧ କରିଛି।