ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ରବିବାର ଅପରାହ୍ନ 2 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ଆସନ୍ତା କାଲି ଅମ୍ବାଭୋନା ବ୍ଲକ ଅଫିସରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି | ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ସହିତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହୁଥିବା ବେଳେ ଜନସାଧାରଣ ସିଧା ସଳଖ ଭେଟି ନିଜ ସମସ୍ୟା ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି ।