କୋରାପୁଟ ସହର: କୋରାପୁଟ_ରାୟଗଡା ୩୨୬ ନଂ ଜାତୀୟ ରାଜପଥ ଅମିନିଗୁଡା ଛକ ନିକଟ ବସ ଦୁର୍ଘଟଣା,୫ ପର୍ଯ୍ଯଟକ ଆହତ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ
କୋରାପୁଟ_ରାୟଗଡା ୩୨୬ ନଂ ଜାତୀୟ ରାଜପଥ ଅମିନିଗୁଡା ଛକ ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ । ଆଜି ସନ୍ଧ୍ୟା ୫ଟା ସମୟରେ ଏକ ପର୍ଯ୍ୟଟକ ନେଇ ଯାଉଥିବା ମିନି ବସ୍ ଦୂର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବସରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ତିନିଦିନ ତଳେ କୋରାପୁଟ ବୁଲିବାକୁ ଆସିଥିବା ବେଳେ ଆଜି ଟ୍ରେନ୍ ଯୋଗେ ଫେରିବା ପୁର୍ବରୁ ବସ୍ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟା ୭ଟା ସମୟରେ ୫ ଜଣ ଆହତଙ୍କ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଚାଲୁଛି।