ଗଁଦିଆ: ରାଇତଳା ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ବିଧାୟକ ସୁଧୀର କୁମାର ସାମଲ
ରାଇତଳା ପଞ୍ଚାୟତରେ ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ବିଧାୟକ ସୁଧୀର କୁମାର ସାମଲ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଛନ୍ତି। ରାଜ୍ୟ ସରକାର ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରିବା ସହ ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହୋଇଥିବା ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ବୋଲି ବିଧାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିବା ସହ ବହୁ ହିତାଧିକାରୀମାନେ ଯୋଗଦେଇ ନିଜର ଭତ୍ତା ଗ୍ରହଣ କରିଥିଲେ।