ପଟ୍ଟାଙ୍ଗୀ: ସେମିଳିଗୁଡା ବ୍ଳକ୍ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ଯୋଗଦେଲେ ସ୍ଥାନୀୟ ବିଧାୟକ
ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ବ୍ଲକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ୨ଟା ସମୟରେ ଆୟୋଜିତ ବୈଠକରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗ ଦେଇ ବ୍ଲକ ସ୍ତରରେ ତ୍ୱରାନ୍ୱିତ ହେଉଥିବା ବିଭିନ୍ନ ଜନମଙ୍ଗଳ ଯୋଜନା ବିଷୟରେ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀମାନଙ୍କୁ ଯଥାଶୀଘ୍ର ଏହି କାର୍ଯ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବ୍ଳକ୍ ଅଧ୍ୟକ୍ଷ,ଉପାଧ୍ୟକ୍ଷା ସହ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।