ଯାଜପୁର: ବରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲାପାଳ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗସ୍ତ, ଚିକିତ୍ସା ସେବାର କଲେ ଅନୁଧ୍ୟାନ, ରୋଗୀଙ୍କ ସହିତ କଲେ ଆଲୋଚନା
Jajapur, Jajpur | Sep 22, 2025 ବରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗସ୍ତ, ଚିକିତ୍ସା ସେବାର କଲେ ଅନୁଧ୍ୟାନ, ରୋଗୀଙ୍କ ସହିତ କଲେ ଆଲୋଚନା l ବରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଯୋଗୁ ଅନେକ ଦିନ ହେବ ରୋଗୀ ସେବାରେ ବ୍ୟାଘାତ ହେଉଥୁବା ଗଣନାଧ୍ୟରେ ପ୍ରକାଶ ପାଉଥୁଲା l ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଅମ୍ବର କୁମାର କର ବରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ l ଏଥିସହିତ ଡାକ୍ତରଖାନା ପରିସର ବୁଲି ରୋଗୀ ସେବାର ଅନୁଧ୍ୟାନ କରିଥିଲେ l ଏହି ପରିପକ୍ଷରେ ଜିଲ୍ଲାପାଳ ଶ୍ରୀ କର ରୋଗୀ ସେବା କିଭଳି ଚାଲିଛି ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ l