#ସେମିଳିଗୁଡାରେ_ଟ୍ରାଫିକ_ସମସ୍ୟାରେ_ଅଣନିଶ୍ୱାସୀ_ସହରବାସୀ
କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉଗ୍ର ରୂପ ନେଉଛି। ବ୍ୟସ୍ତ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଅବ୍ୟବସ୍ଥିତ ପାର୍କିଂ, ଭାରୀ ଯାନବାହନର ଚଳାଚଳ ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ଲାଗି ରହୁଛି।
ଏହାର ପ୍ରଭାବରେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ରୋଗୀ ଓ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଦୀର୍ଘସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
ଆପଣଙ୍କ ମତରେ ସେମିଳିଗୁଡାର ଟ୍ରାଫିକ ସମସ୍ୟାର ସମାଧାନ କ'ଣ ହୋଇପାରେ? କମେଣ୍ଟରେ ଜଣାନ୍ତୁ।
#Koraput #Semiliguda #TrafficJam #KoraputNews #Odisha #RoadSafety #TrafficProblem