ଚୌଦ୍ବାର: କଟକ ଓସିଏ କ୍ଲବ କମ୍ପ୍ଲେକ୍ସ ଠାରେ କ୍ରୀଡା ସଙ୍ଗଠନ ସମୂହ ଓ ଯାଦବ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ
କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ର ରବିବାର ରାତି ଆଠ ଘଟିକା ସମୟରେ ଓସିଏ କ୍ଲବ କମ୍ପ୍ଲେକ୍ସ ଠାରେ କ୍ରୀଡା ସଙ୍ଗଠନ ସମୂହ ଓ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ , ବିଧାୟକ ପ୍ରାର୍ଥୀ,ରାଜ୍ୟସଭା ସାଂସଦ,କଟକ ମହାନଗର ସଭାପତି ମଧୁସୂଦନ ସାହୁ,ନିରାମୟର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ,ଓସିଏ ସମ୍ପାଦକ ସଞ୍ଜୟ କୁମାର ବେହେରା, ଫୁଟବଲ ଆସୋସିଏସନ୍ ସମ୍ପାଦକ ଆଶୀର୍ବାଦ ବେହେରା, ଯୋଗ ଦେଇଥିଲେ। ଏହି ଅବସର ରେ ବିଭିନ୍ନ ଦଳରୁ ଆସିଥିବା କର୍ମକର୍ତା ମାନଙ୍କୁ ଦଳକୁ ସ୍ଵାଗତ କରାଯାଇଥିଲା।