ଆସିକା: କମାଗଡ଼ ଗ୍ରାମରେ ବାଣ ଫୁଟାଇବା ବେଳେ ଅଘଟଣ, ନାବାଳକ ଆହତ
Asika, Ganjam | Oct 21, 2025 ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କମାଗଡ ଗ୍ରାମ ରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି l ମୁହଁ ପାଖରେ ବାଣ ଫୁଟିବାରୁ ନାବାଳକ ଆହାତ ହୋଇଥିବା ବେଳେ ଆହାତ କମାଗଡ଼ ଗ୍ରାମର ନଅ ବର୍ଷୀୟ ହୃଷିକେଶ ବେହେରା ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗତକାଲି ରାତିରେ ଦୀପାବଳି ଅବସରେ ବାଣ ନଫୁଟି ରହିଥିବା ଅଫୁଟା ବାଣ କୁ ଆଜି ବାରୁଦ ବାହାର କରି ହୃଷିକେଶ ଓ ତାର କେତେ ଜଣ ସାଙ୍ଗ ମିଶି ନିଆଁ ଲଗେଇଥିଲେ l ନିଆଁ ନ ଲାଗିବାରୁ ହୃଷିକେଶ ପାଟିରେ ଫୁଙ୍କିବା ବେଳେ ହଠାତ ବାଣ ବିସ୍ପୋରଣ ହୋଇ ମୁହଁ ଆଉ ଗୋଡ଼ ଜଳିଜାଇ ସେ ଆହାତ ହୋଇଥିଲେ l