ଲକ୍ଷ୍ମୀପୁର: ବନ୍ଧୁଗାଁରେ ରଥାରୂଢ଼ ଶ୍ରୀଜିଉ ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ
ଆଜି ମହାପ୍ରଭୁଙ୍କ ସୁନାବେଶ । ବନ୍ଧୁଗାଁରେ ରଥାରୂଢ଼ ଶ୍ରୀଜିଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନୀତି ନିର୍ଘଣ୍ଟ ଅନୁଯାଇ ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି କୋଟିପୂଣ୍ୟ ଅର୍ଜନ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ବନ୍ଧୁଗାଁରେ ଭକ୍ତଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।