ମାହାଙ୍ଗା: କୋଳିଅଠା ଠାରେ ବ୍ଲକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ
ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୋଳିଅଠା ଠାରେ ଆଜି ରାତିରେ ବ୍ଲକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ୨୦ ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି।