ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଗଡିଗାଁ କେନାଲ ରାସ୍ତାରେ ଚଢ଼ାଉକରି ଏକ ଚୋରାକାଠ ଗଣ୍ଡି ବୋଝେଇ ପିକଅପ ଭ୍ୟାନ ଜବତ ଘଟଣରେ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ମାମଲା ରୁଜକରି ଜଣକୁ ଗିରଫ କରିଛି ପୁଲିସ l ଗିରଫ ପିକଅପଭ୍ୟାନ ଚାଳକ ଜଣକ ହେଉଛି ରାସଗୋବିନ୍ଦପୁର ଥାନା ଅଧୀନ କରତପଟା ଗ୍ରାମର ରତ୍ନାକର ମହାନ୍ତର ପୁଅ ରଞ୍ଜିତ ମହାନ୍ତ l ରଞ୍ଜିତ ଡବ୍ଲ୍ୟୁବି-୩୧-୭୫୬୪ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଯୋଗେ ଚୋରାକାଠ ଚାଲାଣ କରୁଥିଲା l