ରାସଗୋବିନ୍ଦପୁର: ପଶ୍ଚିମବଙ୍ଗକୁ ଚାଲାଣ ସମୟରେ ଗୋଡିଗାଁ କେନାଲ ରାସ୍ତାରେ ଚଢାଉକରି ଚୋରା କାଠଗଣ୍ଡି ବୋଝେଇ ପିକଅପଭ୍ୟାନ ଜବତସମେତ ଚାଳକକୁ ଗିରଫକଲା ମୋରଡାପୁଲିସ
ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଗଡିଗାଁ କେନାଲ ରାସ୍ତାରେ ଚଢ଼ାଉକରି ଏକ ଚୋରାକାଠ ଗଣ୍ଡି ବୋଝେଇ ପିକଅପ ଭ୍ୟାନ ଜବତ ଘଟଣରେ ମଙ୍ଗଳବାର ଅପରାହ୍ନ ପାଞ୍ଚଟାରେ ମାମଲା ରୁଜକରି ଜଣକୁ ଗିରଫ କରିଛି ପୁଲିସ l ଗିରଫ ପିକଅପଭ୍ୟାନ ଚାଳକ ଜଣକ ହେଉଛି ରାସଗୋବିନ୍ଦପୁର ଥାନା ଅଧୀନ କରତପଟା ଗ୍ରାମର ରତ୍ନାକର ମହାନ୍ତର ପୁଅ ରଞ୍ଜିତ ମହାନ୍ତ l ରଞ୍ଜିତ ଡବ୍ଲ୍ୟୁବି-୩୧-୭୫୬୪ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଯୋଗେ ଚୋରାକାଠ ଚାଲାଣ କରୁଥିଲା l