କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କୁ ରାଜ୍ୟ ବିଜୁ ଯୁବ ଜନତା ଦଳର ବରିଷ୍ଠ ଉପ ସଭାପତି ଭାବେ ମନୋନୀତ କରାଯାଇଛି। ଆଜି ଦିନ ୨ଟା ସମୟରେ ରାଜ୍ୟ ଶଙ୍ଖ ଭବନରୁ ଆସିଥିବା ବିଜ୍ଞପ୍ତି ପରେ ସବୁଆଡୁ ଖୁସିର ଲହରୀ ସହ ଶୁଭେଚ୍ଛା ସୁଅ ଛୁଟିବା ବେଳେ ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସସ୍ମିତା ଧନ୍ୟବାଦ ଜଣାଇବା ସହ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁଙ୍କୁ ଧନ୍ୟବାଦ