ନୂଆପଡା: ସିନାପାଲି ଥାନା ପରିସରରେ ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ସିନାପାଲି ଥାନାରେ ଦୁର୍ଗାପୂଜା ଶାନ୍ତି କମିଟି ଓ ଆମ ପୋଲିସ ସମିତି ବୈଠକ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ରଶ୍ମିତା ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ଏଏସଆଇ ପ୍ରଭାକର ନାୟକ ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବେ ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ତହସିଲଦାର ଉପାଞ୍ଜଲି ମାଝି, ସମିତିସଭ୍ୟ ମନିଶ ପଟେଲ, ବରିଷ୍ଠ ନାଗରିକ ନିଲମଣି ମେହେର, ଅରି ଗଞ୍ଜନ ଯୋଶୀ, ଅଜିତ ଯୋଶୀ ମଞ୍ଚାସୀନ ଥିଲେ। ସଭାରେ ଆସନ୍ତା ଦୁର୍ଗାପୂଜା ସମେତ ବିଭିନ୍ନ ପୂଜା ପାର୍ବଣ ସୁରୁଖୁରୁରେ ଶାନ୍ତିଶୃଙ୍ଖଳା ସହ ହେବ ସେନେଇ ବିଶେଷ ଆଲୋଚନା ହୋଇଥିଲା।