ମଙ୍ଗଳବାର ହରଭଙ୍ଗା ବ୍ଲକ ସରସରା ୟୂପି ସ୍କୁଲ ପରିସରରେ ଥିବା 3 ଗୋଟି ମୁଲ୍ୟବାନ ଗଛକୁ କଟାଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶ ପ୍ରେମୀ l ଗଛ ଗୁଡିକ ପ୍ରାୟ 20 ବର୍ଷ ତଳେ ଲଗା ଯାଇଥିବା ବେଳେ ବିଦ୍ୟାଳୟ ପରିସରରେ ଛାୟା ପ୍ରଦାନ କରୁଥିଲେ | କୌଣସି ବିଶେଷ କାରଣ ନଥାଇ ତନ୍ମଧ୍ୟରୁ ବିଦ୍ୟାଳୟ କର୍ତୃପକ୍ଷ 3 ଗୋଟି ଗଛକୁ ଦୁଇ ଦିନ୍ ତଳେ କାଟି ଦେଇଥିଲେ | ଆଇନ୍ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ପରିବେଶ ପ୍ରେମୀ ମାନେ ଦାବୀ କରିଛନ୍ତି |