ଆଜି ନଭେମ୍ୱର 9 ତାରିଖ ରବିବାର ରାତି 8 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ଏହି ମଦ୍ୟପ ଚାଳକ ଚୌକି ପଡ଼ା ନିକଟରେ ଧରା ପଡ଼ିଛି। ଗିରଫ ଚାଳକ ହେଲା - ସୁରେନ୍ଦ୍ର ବାଘ ଓ ତା ଘର ଧରୁଆ ଡିହି ଥାନା ଖେରିଆକାନି। ପୋଲିସ ତା ନିକଟରୁ ବାଇକ OR - 14 J - 6704 କୁ ଜବତ କରିବା ସହ ଅଭିଯୁକ୍ତ ନାମରେ ଏକ ମାମଲା ରୁଜ୍ଜୁ କରି ତାକୁ ମଝା ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଦ ପରିମାଣ ପରୀକ୍ଷା କରିବା ନେଇ ପଠାଇଥିବା ଜଣା ପଡିଛି।