ଓମେନ୍ସ କଲେଜ ସୁନ୍ଦରଗଡ଼ରେ କଲ ଟୁ ଆର୍ଥ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସୁନ୍ଦରଗଡ ଡିଷ୍ଟିକ ଫରେଷ୍ଟ ଅଫିସର ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଏବଂ ସୁନ୍ଦରଗଡ଼ ଓମେନ୍ସ କଲେଜ ର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l ପୃଥିବୀର ସୁରକ୍ଷା ସହ ସବୁଜ ସୁନ୍ଦର ପୃଥିବୀ ଗଠନ ଦିଗରେ ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ କରାଯାଇଥିଲା l ଛାତ୍ରୀମାନେ ହାତରେ ପ୍ଳାକାର୍ଡ ଧରି ଶୋଭାଯାତ୍ରା କରିଥିଲେ l