ସୁନ୍ଦରଗଡ ସହର: ବାଙ୍କୀବାହାଲ ଛକ ନିକଟରେ ଟ୍ରକ୍ ପଛରେ ପିଟି ହୋଇ ବାଇକ୍ ଚାଳକ ଗୋଜୋ ହର୍ମା ନାମକ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ, କ୍ଷତି ପୂରଣ ଦାବୀରେ
ଆଜି ଅପରାହ୍ନ 4:40 ପାଖାପାଖି ଘଟିଛି ଏହି ଦୁଃଖଦ ଘଟଣା। ରାସ୍ତା ଉପରେ ଠିଆ ହୋଇ ରହିଥିବା ଟ୍ରକ୍ WB - 37D -7535 ର ପଛରେ ବାଇକ OD 16 D 3550 ପିଟି ହେବା ଫଳରେ ବାଇକ ଚାଳକ ଗୋଯୋ ହର୍ମାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ବାଇକ ଆରୋହୀ ର ମୁଣ୍ଡ ଛତୁ ହୋଇ ଯାଇଛି। ତେବେ ଖବର ପାଇ ହେମଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ମୃତକଙ୍କ ପରିବାର ଶବ ଉଠାଇ ନ ଦେଇ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରି ରଖିଛନ୍ତି।