ଓଡ଼ିଶାର ଜଳ, ଜଙ୍ଗଲ ଏବଂ ଜମି ଭଳି ବହୁମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ଉଦ୍ଦେଶ୍ୟରେ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମ ଓଡ଼ିଶା ଶାଖା ପକ୍ଷରୁ ଆରମ୍ଭ ହୋଇଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରା ଆଜି ସମ୍ବଲପୁର ଆରଏମସି ମାର୍କେଟ ୟାର୍ଡ଼ ରେ ପହଞ୍ଚିଥିଲା l ଏହି ଯାତ୍ରା ପହଞ୍ଚିବା ପରେ ସମ୍ବଲପୁର ଜ଼ିଲ୍ଲା କୃଷକ ସଙ୍ଗଠନ ଏହି ଯାତ୍ରା ରେ ଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିଥିଲେ l ଏହି ଯାତ୍ରା ରେ ସାମିଲ ଥିବା ସଦସ୍ୟ ମାନେ ଆରଏମସି କାର୍ଯ୍ୟାଳୟ ପରିସରରେ ଏକ ବୈଠକ କରିଥିଲେ l ଏହି ଯାତ୍ରା ଓଡ଼ିଶାର ସମସ୍ତ ଜିଲ୍ଲାରେ ପହଞ୍ଚି ଲୋକଙ୍କୁ ସଚେତନ