ପରଜଙ୍ଗ: କାର୍ତ୍ତିକେଶ୍ଵର ପୁଜା ଉପଲକ୍ଷେ ପଦ୍ମପୋଖରୀ ଗ୍ରାମରେ କଳସ ଯାତ୍ରା ଅନୁଷ୍ଠିତ
କାର୍ତ୍ତିକେଶ୍ଵର ପୁଜା ଉପଲକ୍ଷେ ପଦ୍ମପୋଖରୀ ଗ୍ରାମରେ କଳସ ଯାତ୍ରା ଅନୁଷ୍ଠିତ ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗ୍ରାମପଞ୍ଚାୟତ ପଦ୍ମପୋଖରୀ ଗ୍ରାମରେ କାର୍ତ୍ତିକସ୍ୱର ପୂଜା ଉପଲକ୍ଷେ କଳସ ଯାତ୍ରା ଶନିବାର ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଅଛି। ଗ୍ରାମ ନିକଟ ବେତାଳି ନାଳରୁ ପୂଜା ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା ସହ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ନାମ ସଙ୍କୀର୍ତ୍ତନ କଳସ ଯାତ୍ରା କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।