ସୁନ୍ଦରଗଡ ସହର: ଭଷ୍ମା ମୁଣ୍ଡାପଡ଼ାରେ ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ, ମୃତ ମହିଳାଙ୍କ ଭାଇ କଲେ ଅଭିଯୋଗ, ଭଷ୍ମା ପୋଲିସ ଦ୍ବାରା ଅଭିଯୁକ୍ତ ଗିରଫ
ଆଜି ନଭେମ୍ୱର 18 ତାରିଖ ମଙ୍ଗଳବାର ଏହି ହତ୍ୟା ମାମଲା ନେଇ ପୂର୍ବାହ୍ନ 10 ଟାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ ମହିଳା ଗୀତାଞ୍ଜଳି ମୁଣ୍ଡା ଓରଫ ଓରାମଙ୍କ ଭାଇ ମନୋଜ ମୁଣ୍ଡା। ଗତ କାଲି କୌଣସି କାରଣକୁ କେନ୍ଦ୍ର କରି ଗୀତାଞ୍ଜଳିଙ୍କ ସ୍ବାମୀ ରଞ୍ଜିତ ଓରାମ ଗୀତାଞ୍ଜଳିଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ସେହି ମାଡ଼ରେ ସେ ଟଳି ପଡ଼ିଥିଲେ। ତେବେ ଏହି ଘଟଣା ନେଇ ଗୀତାଞ୍ଜଳିଙ୍କ ଭାଇ ଆଜି ଭଷ୍ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଭଷ୍ମା ପୋଲିସ ତାଙ୍କ ଅଭିଯୋଗ ଭିତ୍ତିରେ ଭଷ୍ମା ଥାନା କେଶ ନମ୍ବର - 337 ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଶବକୁ