ପଟ୍ଟାଙ୍ଗୀ: କୋଟିଆରେ ସର୍ବଦଳୀୟ ବୈଠକ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲେ ରାମଚନ୍ଦ୍ର କାଡାମ
କୋଟିଆ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ବଦଳରେ କୋଟିଆରେ ହିଁ ସର୍ବଦଳୀୟ ବୈଠକ କରିବାକୁ ଦାବି କଲେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଦଳକୁ ନେଇ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।