ବୌଦ୍ଧ ସଦର: କଣ୍ଟାମାଳ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ
*କଣ୍ଟାମାଳ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ ପାଳିତ* ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦାନ କରିଥିବା ନିୟମ ଅନୁଯାୟୀ ହାତଧୁଆର ଛଅ ସୋପାନ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପ୍ରତିଦିନ ଖାଇବା ଓ ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଶିଶୁକୁ ଖୁଆଇବା ଓ ଶିଶୁର ଖାଦ୍ୟ ପ୍ରସ୍ତୁତ